'ଆଦିଭୂମି' ଉପନ୍ୟାସରେ ଆଦିବାସୀୟ ମିଥ୍ର ବିଶ୍ୱସନ
Creators
- 1. ବିଭାଗମୁଖ୍ୟ, ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟ, କଟକ-୭୫୩୦୦୧
Description
ଆଦିଭୂମି ଉପନ୍ୟାସରେ ସୁଲେଖିକା ପ୍ରତିଭା ରାୟ ଆଦିବାସୀୟ ମିଥ୍ ଗୁଡିକ ପ୍ରତି ଏକାନ୍ତ ବିଶ୍ବସ୍ତ ଭାବ ପ୍ରକଟନ କରିଛନ୍ତି।ବଣ୍ଡା ଜନଜାତିରେ ପ୍ରଚଳିତ ପୁରାତତ୍ତ୍ବୀୟ କାହାଣୀଗୁଡିକୁ ଆଲୋଚ୍ଯ ଉପନ୍ୟାସର ଗଢଣରେ ବ୍ୟବହାର କରାଯାଇଛି। ଉପନ୍ୟାସର ପ୍ରଥମଭାଗରେ ସର୍ବାଧିକ ମିଥ୍ ର ବ୍ୟବହାର କରାଯାଇଥିବାରୁ ସମଗ୍ର ଉପନ୍ୟାସଟିକୁ ଗୋଟିଏ ବୃକ୍ଷ ରୂପେ ପରିକଳ୍ପନା କରାଯାଇ ଏହି ଅଂଶଟିକୁ ବୃକ୍ଷର ଚେର ସ୍ବରୂପ ମନେକରାଯାଇଛି।ବୃକ୍ଷର ମୂଳ ସମ ଏହି ମିଥ୍ ଗୁଡିକ ହେଉଛନ୍ତି ବଣ୍ଡା ଜନଜାତିର ଚେର। ତେଣୁ ଲେଖିକା କୌଣସି ମିଥ୍ ପର୍ଯ୍ୟବସିତ ବିଶ୍ବାସକୁ ଭାଙ୍ଗି ପାରିନାହାନ୍ତି। ଯେଉଁ ଲେଖିକା ମହାଭାରତ ଓ ରାମାୟଣ ପରି ମହାକାବ୍ୟରେ ନାରୀଜାତି ପ୍ରତି ହୋଇଥିବା ଅନ୍ଯାୟାଚରଣ ଆଧାରିତ ମିଥ୍ କୁ ଭାଙ୍ଗି ନୂତନ ଦିଗନ୍ତ ଉନ୍ମୋଚିତ କରିଥିଲେ, ସେ ଜଣେ ବଣ୍ଡାରମଣୀଙ୍କୁ ଶାଢୀ ଖଣ୍ଡିଏ ପିନ୍ଧାଇବା ପାଇଁ ଏତେ ପୃଷ୍ଠା ବ୍ଯୟ କଲେ କାହିଁକି ? କାହିଁକି ଆଦିବାରୀକୁ ସେ ଅଗ୍ରଣୀ କରିନପାରି ଅସହାୟ କରି ଗଢିତୋଳିଲେ ? ଏସବୁ ପ୍ରଶ୍ନର ସମାଧାନ ନିମନ୍ତେ ଏହି ନିବନ୍ଧଟି ନିଶ୍ଚୟ ସହାୟକ ହେବ।
Files
Article No - BPP00230.pdf
Files
(377.7 kB)
Name | Size | Download all |
---|---|---|
md5:5af8bf317973e548fd45a3b97d53da3e
|
377.7 kB | Preview Download |
Additional details
Additional titles
- Other (Odia)
- 'ଆଦିଭୂମି' ଉପନ୍ୟାସରେ ଆଦିବାସୀୟ ମିଥ୍ର ବିଶ୍ୱସନ
Software
- Repository URL
- https://pracheenews.com/