କବି ଅପର୍ଣ୍ଣା ମହାନ୍ତିଙ୍କ କବିତାରେ ନାରୀବାଦୀ ଚିନ୍ତନ
Authors/Creators
- 1. ଅଧ୍ୟାପକ,ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ପ୍ରଜ୍ଞାବିହାର,ବଲାଙ୍ଗିର
Description
ସକ୍ଷିପ୍ତ ସାର : ସମକାଳୀନ ଓଡିଆ କବିତା ପରିମଣ୍ଡଳର ଜଣେ ବହୁ ଚର୍ଚ୍ଚିତ କାବ୍ୟ ସ୍ୱର ହେଉଛନ୍ତି କବି ଅପର୍ଣ୍ଣା ମହାନ୍ତି । ଓଡିଆ କବିତାର ଅଶୀ ଦଶକ ଠାରୁ ଆରମ୍ଭ କରି ଅଦ୍ୟାବଧି ଅନବରତ ଲେଖନୀ ଚାଳନା କରି ଆସୁଥିବା କବିମାନଙ୍କ ମଧ୍ୟରେ ସେ ଅନ୍ୟତମ । ସଂପ୍ରତି କ୍ରି୍ରୟାଶୀଳ ଏହି କବିଙ୍କର ଦୀର୍ଘ ଚାଳିଶି ବର୍ଷର ସାହିତ୍ୟ ସାଧନା ଭିତରେ ତାଙ୍କର ସତର ଖଣ୍ଡ କବିତା ସଂକଳନ ପ୍ରକାଶିତ । ତାଙ୍କ କ୍ରମବିବର୍ତ୍ତିର୍ତ ତଥା ଉତ୍ତରିତ କାବ୍ୟ ଜୀବନର ସ୍ୱାକ୍ଷରବହନ କରିଥିବା କବିତା ଗ୍ରନ୍ଥ ଗୁଡିକହେଉଛନ୍ତି ‘ଅବ୍ୟକ୍ତ ଆତ୍ମୀୟତା’ (୧୯୯୧), ‘ଅସତୀ’ (୧୯୯୩), ‘ନିଃଶବ୍ଦରେ’ (୧୯୯୪), ‘ଅତିଥି’(୧୯୯୭),‘ପୂର୍ଣ୍ଣତମା’(୨୦୦୨),‘ଝିଅ ପାଇଁ ଝର୍କାଟିଏ’(୨୦୦୫),‘ନଷ୍ଟନାରୀ’(୨୦୦୭), ‘ତୀର୍ଥଯାତ୍ରୀ’(୨୦୦୯), ‘ମାର କାନ୍ଦଣା ଗୀତ’(୨୦୧୦) ଇତ୍ୟାଦି । ସାଧନାର ସ୍ୱିକୃତୀ ସ୍ୱରୂପ ସେ ଓଡିଶା ସାହିତ୍ୟ ଏକାଡେମୀ,ଭାନୁଜୀ ରାଓ କବିତା ପୁରସ୍କାର,ବସନ୍ତ ମୁଦୁଲି ପୁରସ୍କାର,ଝଙ୍କାର ପୁରସ୍କାର ଆଦି ଅଜସ୍ର ସମ୍ମାନ ଦ୍ୱାରା ସମ୍ବର୍ଦ୍ଧର୍ର୍ର୍ର୍ର୍ିତ ହୋଇଛନ୍ତି । ସାମଗ୍ରିକ ଭାବେ ଦେଖିବାକୁ ଗଲେ ତାଙ୍କର ଅଧିକାଂଶ କବିତାରେ ନାରୀ ଜାଗରଣ ଓ ନାରୀ ମୁକ୍ତିର ପ୍ରୟାସର କଥା କହିଛନ୍ତି । ନାରୀବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ କବି ଅପର୍ଣ୍ଣା ନାରୀର ଅସହାୟତା, ଅପାରଗତା,ରକ୍ଷଣଶୀଳତା ତଥା ଦୂର୍ବଳତା ପ୍ରତି ସେ ସମ୍ବେଦନଶୀଳ ହୋଇ ଉଠିଛନ୍ତି । କନ୍ୟାଭ୍ରୂଣ, ଶିଶୁକନ୍ୟା କିଶୋରୀଠୁଁ ଆରମ୍ଭ କରି ଯୁବତୀ, ସଂସାରୀ, ସ୍ତ୍ରୀ ଲୋକଠୁଁ ଆରମ୍ଭ କରି ମହାପ୍ରକୃତିଯାଏଁ ପରିବ୍ୟାପ୍ତ ଅପର୍ଣ୍ଣାଙ୍କ ଏହି ନାରୀବାଦୀ ଚେତନା । ନାରୀର କାରୁଣ୍ୟକୁ ରୂପଦେବା ସହିତ କବି ସାମାଜିକ ଦୁଃସ୍ଥିତି ପ୍ରତି କବି କଟାକ୍ଷ କରିଛନ୍ତି । ଆମ ସମାଜ ବ୍ୟବସ୍ଥାର ଦୋଷତ୍ରୁଟିକୁ ଦେଖାଇବା ସହିତ କବିଙ୍କ ବ୍ୟଙ୍ଗବିଦ୍ରୂପ ପ୍ରତିବାଦର ସ୍ୱରକୁ କବିତା ବହନ କରିଛି । ନାରୀର କମନୀୟ ଶକ୍ତିମୟୀ ରୂପର ପ୍ରତିଷ୍ଠା ପ୍ରତି କବି ଆତ୍ମା ସତତ ଚେଷ୍ଟିତ ।
Files
Article No - BPPP00220.pdf
Files
(357.2 kB)
| Name | Size | Download all |
|---|---|---|
|
md5:d5439bf08ebe6ba9f81972ba5114dfd8
|
357.2 kB | Preview Download |
Additional details
Additional titles
- Other (Odia)
- କବି ଅପର୍ଣ୍ଣା ମହାନ୍ତିଙ୍କ କବିତାରେ ନାରୀବାଦୀ ଚିନ୍ତନ
Software
- Repository URL
- https://pracheenews.com/