Published February 28, 2026
| Version Online
Journal article
Open
କୋମଳ ମତିର କାବ୍ୟ ଗାଥା : ଡକ୍ଟର ରାମଚନ୍ଦ୍ର ନାୟକଙ୍କ ଶିଶୁ କବିତା
Authors/Creators
Description
ଶିଶୁର ଚରିତ୍ର ଗଠନ ହିଁ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜର ମୂଳଦୁଆ। ଏହି ଆଦର୍ଶକୁ ପାଥେୟ କରି ୧୯୯୦ ପରବର୍ତ୍ତୀ ଓଡ଼ିଆ ଶିଶୁ ସାହିତ୍ୟ କ୍ଷେତ୍ରରେ ଡକ୍ଟର ରାମଚନ୍ଦ୍ର ନାୟକ ଜଣେ ବେଶ୍ ପରିଚିତ, ସ୍ପୃହଣୀୟ ଓ ଲବ୍ଧପ୍ରତିଷ୍ଠ ସ୍ରଷ୍ଟା।ଯାହାଙ୍କର ସରଳ ଭାଷା ଓ ଯାଦୁକାରୀ ଶବ୍ଦବିନ୍ୟାସ କୋମଳମତି ଶିଶୁଙ୍କ ମନକୁ ଛୁଇଁବାରେ ସଫଳ ହୋଇଛି। ପ୍ରକୃତିପ୍ରୀତି, ପରୋପକାର ଓ ମାତୃଭକ୍ତିର ମୂଲ୍ୟବୋଧରେ ସମୃଦ୍ଧ ତାଙ୍କର କବିତାଗୁଡ଼ିକ ଶିଶୁ-ମନସ୍ତତ୍ତ୍ୱର ବିଭିନ୍ନ ଦିଗକୁ ଅତି ନିପୁଣ ଭାବେ ଉନ୍ମୋଚନ କରେ। ଏହି ପୃଷ୍ଠଭୂମିରେ, ତାଙ୍କର ସମାଜ-କେନ୍ଦ୍ରିକ ଦୂରଦୃଷ୍ଟିକୁ ମୂଲ୍ୟାଙ୍କନ କରିବା ନିମନ୍ତେ ତାଙ୍କ ଦ୍ୱାରା ପ୍ରକାଶିତ ଛଅଗୋଟି କବିତା ସଂକଳନ ‘ମାଆ ପରି ମୋର କିଏସେ ହେବ’ ଠାରୁ ଆରମ୍ଭ କରି ‘ଟିକିକୁ ନ କର ହେଳା’ ପର୍ଯ୍ୟନ୍ତ ଗ୍ରନ୍ଥଗୁଡ଼ିକର ବିବିଧ ଆନ୍ତରିକ ପ୍ରାସଙ୍ଗିକତା ଉପରେ ଏହି ପ୍ରବନ୍ଧରେ ଆଲୋଚନା କରାଯାଇଅଛି।
Files
IJCRM202651193.pdf
Files
(464.1 kB)
| Name | Size | Download all |
|---|---|---|
|
md5:5bf14390f9c4a4a1b399b03d5d5681c0
|
464.1 kB | Preview Download |