Published June 2, 2026 | Version NA
Journal article Open

ମିନିଗଳ୍ପ ଧାରାରେ 'ସତ ଏକଶତ'

  • 1. ଡ. ଉକ୍ରଳିକା ଭାରତୀ କାହାଳୀ, ଅତିଥି ଅଧ୍ୟାପିକା, ଓଡ଼ିଆ ବିଭାଗ, ସରକାରୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣା, କଳାହାଣ୍ଡି

Description

ସାହିତ୍ୟରେ ମିନିଗଳ୍ପ ସୃଷ୍ଟିହେବା ଏକ ସାମୟିକ ଆହ୍ୱାନ । ମିନିଗଳ୍ପ କ୍ଷେତ୍ରରେ ଏହି ଆହ୍ୱାନର ଅଂଶୀଦାର ହୋଇଛି ଓଡ଼ିଆ ସାହିତ୍ୟ । ବିଶ୍ୱର ସବୁ ସାହିତ୍ୟପରି ଓଡ଼ିଆ ସାହିତ୍ୟରେ ମିନିଗଳ୍ପର ସୃଷ୍ଟି । ଏହାର ପ୍ରକାଶ ଭଙ୍ଗିରେ ଭିନ୍ନାତା ଉଭୟ ଆଙ୍ଗିକ ଓ ଆତ୍ମିକ କ୍ଷେତ୍ରରେ ପରିଦୃଷ୍ଟ । ଆକାର ଦୃଷ୍ଟିରୁ କ୍ଷୁଦ୍ରତା ଏହାର ମୌଳିକତା ପ୍ରତିପାଦନ କରିଥାଏ । ତେଣୁ ମିନିଗଳ୍ପ ନିଜକୁ ମୁଖ୍ୟତଃ ବ୍ୟଙ୍ଗ, ବ୍ୟଞ୍ଜନା ଓ ପ୍ରତୀକ ମାଧ୍ୟମରେ ପ୍ରକାଶ କରିଥାଏ । ତେଣୁ ମିନିଗଳ୍ପର ସ୍ରଷ୍ଟାଠାରେ ବୌଦ୍ଧିକ ତୀକ୍ଷ୍ଣତା ହୃଦୟଙ୍ଗମ କରିହୁଏ । ସେହିଦୃଷ୍ଟିରୁ ମିନିଗଳ୍ପ ଲେଖୁଥିବା ଗାଳ୍ପିକଙ୍କ ମଧ୍ୟରେ ଗାଳ୍ପିକ କଇଳାଶ ପଟ୍ଟନାୟକ ଅନ୍ୟତମ । ଗାଳ୍ପିକଙ୍କ ‘ସତ ଏକଶତ’ ମିନିଗଳ୍ପ ସଂକଳନରେ ସମକାଳୀନ ବିବର୍ତ୍ତିତ ସମୟର ସ୍ୱର ସ୍ପଷ୍ଟ । ତାଙ୍କ ମିନିଗଳ୍ପରେ ସମାଜିକ ଜୀବନର ବିଭିନ୍ନଦିଗ ଜୀବନ୍ତ ଏବଂ ବାସ୍ତବ ମନେହୁଏ । ଏହି ପ୍ରକାଶ ଭଙ୍ଗିରେ ବ୍ୟଙ୍ଗ, ବ୍ୟଞ୍ଜନା ଓ ପ୍ରତୀକ ପରିଲକ୍ଷିତ । ଏହା ମାଧ୍ୟମରେ ମିନିଗଳ୍ପ ତାର ଗୁଣାତ୍ମକ ମାନ ରଖିପାରିବା ସହିତ କଳାତ୍ମକ ଭାବରେ ପ୍ରକାଶିତ ହୋଇପାରିଛି ।

Files

Article No - BPP00431.pdf

Files (212.7 kB)

Name Size Download all
md5:8391d81d9e9c964abfa9611e91703a00
212.7 kB Preview Download

Additional details

Additional titles

Alternative title (English)
Minigalpa Dharare 'Sata Ekasata'

Software