ମନୋଜ ଦାସଙ୍କ 'ଶେଷ ବସନ୍ତର ଚିଠି' ଏକ ଅନନ୍ୟ ସୃଷ୍ଟି
Authors/Creators
- 1. ଡକ୍ଟର ସବିତାବଳା ନାୟକ, ସହକାରୀ ଅଧ୍ୟାପିକା (ଓଡ଼ିଆ ବିଭାଗ ), ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଜ୍ୟୋତି ବିହାର (ବୁର୍ଲା)
Description
ମାନବର ମନ ମସ୍ତିଷ୍କର କେଉଁ ଏକ ଅଜଣା କ୍ଷେତ୍ରରେ ଜନ୍ମ ଜନ୍ମର ସଂସ୍କାର ବୀଜ ରୂପେ ସଞ୍ଚିତ ଥାଏ । ସମୟାନୁକ୍ରମେ ପରିସ୍ଥିତି ରୂପେ ତାହା ପ୍ରତିଭାତ ହୁଏ । ସେହି ବୀଜ ତତ୍ ଭାବ ଯୁକ୍ତ ହୋଇ ସୂକ୍ଷ୍ମରୁ ସ୍ଥୂଳ ରୂପ ନିଏ । ଏହି ଅଦ୍ଭୁତ ଭାବଗୁଡ଼ିକଦ୍ୱାରା ସେ ପ୍ରଭାବିତ ହୋଇଥାଏ, ଯାହା ବ୍ୟକ୍ତିର ଆଚରଣ ତଥା ସମାଜ ଉପରେ ପ୍ରଭାବ ପକାଏ । ଏହି ଭାବଧାରାକୁ ଅନ୍ୟମାନେ ବାଚାଳ ମନେ କରିଥାଇ ପାରନ୍ତି, କିନ୍ତୁ ଦୃଷ୍ଟି ସମ୍ପନ୍ନ ମହାତ୍ମା, ମନସ୍ତତ୍ତ୍ୱୀ ତାହାର ଉଚିତ ଆକଳନ କରି ପାଠକ ସମ୍ମୁଖରେ ଉପସ୍ଥାପନ କରିଥାନ୍ତି । ସେପରି କେତେକ ଗଳ୍ପମାନଙ୍କର ସଂକଳନ ‘ଶେଷ ବସନ୍ତର ଚିଠି’ । ଏହି କ୍ଷୁଦ୍ର ପ୍ରବନ୍ଧରେ ଗାଳ୍ପିକଙ୍କ ରଚିତ ‘ଶେଷ ବସନ୍ତର ଚିଠି’ ଗଳ୍ପ ସଂକଳନରେ ଥିବା ମୌଳିକତା ଓ ସ୍ୱାତନ୍ତ୍ର୍ୟତାକୁହିଁ ଆକଳନ କରା ଯାଇଛି । ଉକ୍ତ ସଂକଳନରେ ମୋଟ ପନ୍ଦରଟି ଗଳ୍ପ ରହିଛି । ଏ ଗୁଡ଼ିକରେ ମୁଖ୍ୟତଃ ସାମାଜିକ, ରାଜନୈତିକ, ଅର୍ଥନୈତିକ, ମନସ୍ତାତ୍ତ୍ୱିକ ତଥା ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ସାଧାରଣ ମଣିଷମାନଙ୍କ ସମସ୍ୟାର ଚିତ୍ର ବର୍ଣ୍ଣିତ । ତାଙ୍କ ପ୍ରତ୍ୟେକ ଗଳ୍ପର ଅନ୍ତରାଳରେ ଛପି ରହିଛି ଜୀବନର ଏକ ସୂକ୍ଷ୍ମ ଅନୁଭବ ।
Files
Article No - BPP00429.pdf
Files
(212.0 kB)
| Name | Size | Download all |
|---|---|---|
|
md5:a2de25131bf7661d9f1f0f67670ebbbb
|
212.0 kB | Preview Download |
Additional details
Additional titles
- Alternative title (English)
- Manoj Dasnka ' Shesa Basantara Chithi ' Eka Ananya Srust
Software
- Repository URL
- https://pracheenews.com/