ଗାଳ୍ପିକ ମହାପାତ୍ର ନୀଳମଣି ସାହୁ ଏକ ବିଶେଷ ଅଧ୍ୟୟନ
Authors/Creators
- 1. ଡ. ସ୍ମୃତିରେଖା ମିଶ୍ର , ସହକାରୀ ଅଧ୍ୟାପିକା, ଓଡ଼ିଆ ବିଭାଗ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ, ଭଦ୍ରକ
Description
ସ୍ୱାଧୀନତା ପରବର୍ତ୍ତୀ ସମୟରେ ଗଳ୍ପ ସାହିତ୍ୟରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବବର୍ତ୍ତୀ ସମୟର ଫକୀରମୋହନୀୟ ଗଳ୍ପଶୈଳୀକୁ ଅତିକ୍ରମ କରି ଏହି ସମୟରେ ନୂତନ ଭାବେ ଦୀର୍ଘଗଳ୍ପ, ମିନିଗଳ୍ପ, ଅଣୁଗଳ୍ପ, ପ୍ରତୀକଧର୍ମୀ ଗଳ୍ପ, ଆଭାସଧର୍ମୀ ଗଳ୍ପ ଆଦି ବହୁ ସଂଖ୍ୟାରେ ସୃଷ୍ଟି ହୋଇଛି । ଗଳ୍ପର ଭାଷା ହୋଇଛି ଇଙ୍ଗୀତଧର୍ମୀ ଓ ସାଙ୍କେତିକ । ଗଳ୍ପରେ ପ୍ରାୟୋଗୀକତା ଅର୍ଥାତ୍ ଫ୍ଲାସବ୍ୟାକ୍ ଶୈଳୀ, ମନ ବିଶ୍ଳେଷଣ, ଚମତ୍କାରିତା ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଇଛି । ସାମ୍ପ୍ରତିକ ସହରୀ ସଭ୍ୟତାର ଅଣନିଃଶ୍ୱାସ ଦୌଡ ଭିତରେ ଗ୍ରାମୀଣ ଜୀବନର ସ୍ୱାଦକୁ ଗୁରୁତ୍ୱ ଦେବା ପରିପ୍ରେକ୍ଷୀରେ ଜଗତୀକରଣ ର ପ୍ରଭାବ ମଧ୍ୟ ଗଳ୍ପ ଜଗତରେ ପ୍ରବେଶ କରିଛି । ଏହି ସମୟର ଗାଳ୍ପିକଙ୍କ ମଧ୍ୟରେ ମହାପାତ୍ର ନୀଳମଣି ସାହୁ ହେଉଛନ୍ତି ଅନନ୍ୟ । ଶିକ୍ଷା କ୍ଷେତ୍ରରେ ଘୋର ଅଧୋଗତି, ଗାନ୍ଧୀବାଦ ଚେତନାକୁ କୁଠାରଘାତ, ସତ୍ୟ ଓ ସାଧୁତାର ଅବକ୍ଷୟ, ଜାଙ୍ଗଳିକ ଯୌନଚେତନା ଦ୍ୱାରା କବଳିତ ପଥଭ୍ରଷ୍ଟ ମନୁଷ୍ୟର ଛବି ଇତ୍ୟାଦି ଅନେକ ପ୍ରାୟୋଗିକ ଚିତ୍ର ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପରେ ହୋଇଛି ପ୍ରତିଫଳିତ ।
Files
Article No - BPP00425.pdf
Files
(249.8 kB)
| Name | Size | Download all |
|---|---|---|
|
md5:d85610171c96edf9352f98b16e54ce0d
|
249.8 kB | Preview Download |
Additional details
Additional titles
- Alternative title (English)
- Galpika Mahapatra Nilamani Sahu Aka Bisasha Adhayana
Software
- Repository URL
- https://pracheenews.com/