Published March 19, 2026 | Version NA
Journal article Open

ଶୈବ ସଂସ୍କୃତିରେ ଦର୍ଶନ ତତ୍ତ୍ୱ

  • 1. ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମ୍ବର୍ଦ୍ଧିତ ପ୍ରାବନ୍ଧିକ, ପ୍ରାକ୍ତନ ଅର୍ଥ କମିଟି ସଦସ୍ୟ, ଓଡ଼ିଶା ସାହିତ୍ୟ ଏକାଡ଼େମୀ

Description

ମାନବ ଜାତି ପୃଥିବୀରେ ଅନୁ୍ୟନ୍ୟ ଦଶ ଲକ୍ଷ ପୂର୍ବେ ବିଦ୍ୟମାନ ଥିବାବେଳେ ମାନବ ସଭ୍ୟତାର ଅୟମାରମ୍ଭ ଆନୁମାନିକ ପଞ୍ଚଦଶ ସହସ୍ର ବର୍ଷ ପୂର୍ବରୁ ସମ୍ଭବ ହୋଇଛି । ପଞ୍ଚଭୂତରେ ସୃଷ୍ଟମାନ ନିଗମ ତନ୍ତ୍ରରେ ଶୂନ୍ୟବ୍ରହ୍ମକୁ ପୂଜନ କରି ସୂର୍ଯ୍ୟଦେବତାକୁ ଶ୍ରେଷ୍ଠ ବିବେଚନା କରି ମନ୍ତ୍ରବ୍ରହ୍ମଦ୍ୱାରା ଆପ୍ୟାୟିତ, ଆମନ୍ତ୍ରିତ କରୁଥିଲା । ଏହି ସମୟରେ ପଞ୍ଚଦେବତାର ପୂଜନ ପର୍ବ ଦୃଶ୍ୟମାନ ହୁଏ । ଗଣ, ନାରାୟଣ, ରୁଦ୍ର, ଅମ୍ବିକା ଓ ଭାସ୍କର ପଞ୍ଚଦେବତା ରୂପେ ଆଧ୍ୟାତ୍ମିକ ଚେତନାର ଆରାଧ୍ୟ ଥିଲେ । ଏଥିରେ ବିଦ୍ୟମାନ ରୁଦ୍ର ହିଁ ଶିବ ରୂପେ ପୂଜିତ । ପରବର୍ତ୍ତୀ ପର୍ଯ୍ୟାୟରେ ଆଗମତନ୍ତ୍ରର ପ୍ରଚଳନ ପ୍ରଭୁ ଶିବଙ୍କ ଦ୍ୱାରା ପ୍ରାରମ୍ଭିତ । ପ୍ରଭୁଶିବ ମାତା ପାର୍ବତୀଙ୍କୁ ଶୁଣାଇଥିବା ବାଣୀ ତନ୍ତ୍ର ରୂପରେ ଆଗମତନ୍ତ୍ରରେ ପ୍ରବେଶିଲା । ଏହାପରେ ମନ୍ତ୍ର, ଯନ୍ତ୍ର ଓ ତନ୍ତ୍ରର ପ୍ରବର୍ତ୍ତନରେ ଆଗମତନ୍ତ୍ର ବଳିଷ୍ଠ ହେବା ସହ ମୂର୍ତ୍ତି ପୂଜାର ସାକାର ସ୍ୱରୂପ ଜନମାନସରେ ଲିପିବଦ୍ଧ ହେଲା । ମନ୍ତ୍ର ଦେବତାଙ୍କ ଆତ୍ମା ଓ ଯନ୍ତ୍ର ଶରୀର ହୋଇଥାଏ । ତନ୍ତ୍ର ସାଧନରେ ମନୁଷ୍ୟ ତ୍ରାଣ ପ୍ରାପ୍ତି କରିଥାଏ । ଏହି ତିନି ତତ୍ତ୍ୱର ସମାହାରରେ ମନୁଷ୍ୟ ମୋକ୍ଷପ୍ରାପ୍ତି କରିଥାଏ ଓ ଭକ୍ତ-ଭଗବାନ ମଧ୍ୟରେ ଅଦ୍ଭୁତ ନିବିଡ଼ତା ସୃଷ୍ଟି ହୋଇଥାଏ । ଏହି କ୍ରମରେ ଶିବ ତତ୍ତ୍ୱରେ ବିଲୀନ ହୋଇ ଶିବକୃପା ଲାଭ କରିବା ସଂସ୍କୃତ ବିବର୍ଦ୍ଧିତ ହେଲା ।

Files

Article No - BPP00398.pdf

Files (198.2 kB)

Name Size Download all
md5:3be387cafb716d33c9009d397cee012f
198.2 kB Preview Download

Additional details

Additional titles

Alternative title (English)
Shaiva Sanskruti Re Darsana Tatva

Software