ଉତ୍ତର ସତୁରୀ ଓଡ଼ିଆ ନାଟକରେ ପାଲାଶୈଳୀ
Authors/Creators
- 1. ଡକ୍ଟର ଗୀତାଞ୍ଜଳି ସାହୁ, ଅଧ୍ୟାପିକା, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ମହିମା ମହାବିଦ୍ୟାଳୟ, ଯୋରନ୍ଦା, ଢେଙ୍କାନାଳ
Description
ଉତ୍ତର ସତୁରୀ ପୂର୍ବବର୍ତ୍ତୀ ଓଡ଼ିଆ ନାଟକରେ ନାଟ୍ୟକାରଗଣ ପାଶ୍ଚାତ୍ୟ ନାଟ୍ୟ ଶୈଳୀ ଓ ଜୀବନଦ୍ୱାରା ପ୍ରଭାବିତ ହୋଇ ଓଡ଼ିଆ ନାଟକକୁ ବିଶ୍ୱ ନାଟକ ସହିତ ସମକକ୍ଷ କରିବାର ଲାଳସାରେ ଆପଣାକୁ ଭୁଲି ପାଶ୍ଚାତ୍ୟକୁ ଆପଣାଇଲେ । ନାଟକରେ ପାଶ୍ଚାତ୍ୟ ଜୀବନ ଓ ଦର୍ଶନର ପ୍ରବେଶ କରାଗଲା । ଯାହା ଆମ ଜୀବନ ଓ ସମାଜର ଅଂଶ ନଥିଲା ସେହି ବିଷୟକୁ ନାଟ୍ୟ କାହାଣୀ ଭାବରେ ଦର୍ଶକଙ୍କ ପାଖରେ ପରିବେଷଣ କରାଗଲା । ସଂଗଠିତ ପରୀକ୍ଷା-ନିରୀକ୍ଷା ନାଟକକୁ ବୌଦ୍ଧିକ ସ୍ତରକୁ ନେଇଯିବା ସହ ସାଧାରଣ ଦର୍ଶକଙ୍କର ବୋଧଗମ୍ୟ ହୋଇପାରିଲା ନାହିଁ । ନାଟକ କେବଳ ବୁଦ୍ଧିଜୀବୀଙ୍କ ମହଲରେ ସୀମିତ ରହିଲା ଓ ସାଧାରଣ ଦର୍ଶକ ନାଟ୍ୟ ମଂଚଠାରୁ ଦୂରେଇଗଲେ । ଦର୍ଶକ ଓ ନାଟକ ମଧ୍ୟରେ ଦେଖାଯାଇଥିବା ଏହି ଦୂରତାକୁ କମ୍ କରିବା ପାଇଁ ସତୁରୀ ପରର ନାଟ୍ୟକାରମାନେ ଲୋକନାଟକ, ଲୋକକାହାଣୀ, ଲୋକଗୀତ ଆଦି ଆମ ପାରମ୍ପରିକ ଲୋକ ଉପାଦାନ ଆଣି ଆଧୁନିକ ନାଟକରେ ପ୍ରବେଶ କରାଇବାର ନିଷ୍ପତି ନେଲେ । ଲୋକନାଟକଗୁଡ଼ିକର ସଫଳତା ଏବଂ ଦର୍ଶକଙ୍କ ତା’ପ୍ରତି ଥିବା ରୁଚିକୁ ଦେଖି ପ୍ରାଥମିକ ଅବସ୍ଥାରେ ସେଥିରୁ ଉପାଦାନ ଆଣି ନାଟ୍ୟ କାହାଣୀକୁ ପରିବେଷଣ କଲେ । ବୌଦ୍ଧିକ କଥାବସ୍ତୁକୁ ଯାତ୍ରା, ପାଲା, ଦାସକାଠିଆ ଆଦି ଲୋକ ନାଟକର ଆଙ୍ଗିକ ଓ ଆତ୍ମିକ ଦିଗକୁ ଗ୍ରହଣ କରାଯାଇ ଯେତେବେଳେ ପରିବେଷଣ କରାଗଲା ସେତେବେଳେ ତାହା ଦର୍ଶକଙ୍କ ବୋଧଗମ୍ୟ ହେବା ସହ ତାଙ୍କୁ ମନୋରଞ୍ଜନ ଯୋଗାଇବାରେ ସମର୍ଥ ହେଲା । ଫଳସ୍ୱରୂପ ଓଡ଼ିଆ ନାଟକରେ ସୃଷ୍ଟି ହୋଇଥିବା ଦୁରବସ୍ଥା ଅନେକ ପରିମାଣରେ କମ୍ ହୋଇପାରିଲା । ଆଲୋଚ୍ୟ ନିବନ୍ଧଟି ୧୯୭୦ରୁ ୨୦୧୫ ମସିହା ମଧ୍ୟରେ ମଂଚସ୍ଥ/ପ୍ରକାଶିତ ପ୍ରତିନିଧି ସ୍ଥାନୀୟ ନାଟକକୁ ନେଇ ଆଲୋଚିତ ।
Files
Article No - BPP00396.pdf
Additional details
Additional titles
- Alternative title (English)
- Uttara Saturi Odia Natakare Palaasaili
Software
- Repository URL
- https://pracheenews.com/