Published February 28, 2026 | Version NA
Journal article Open

ବିବର୍ତିତ ଜନଜାତି ଓ ବ୍ୟବସ୍ଥିତ ନୀତି

  • 1. ସହକାରୀ ପ୍ରାଧ୍ୟାପକ, ଓଡ଼ିଆ ବିଭାଗ, ଧରଣୀଧର ବିଶ୍ୱବିଦ୍ୟାଳୟ

Description

ଭାରତ ବର୍ଷର ମହାନ ସଭ୍ୟତା ଓ ସଂସ୍କୃତିକୁ ପ୍ରଭାବିତ କରିଆସିଛି ଜନଜାତି ଜୀବନଧାରା । ତେଣୁ ଏହି ଜନଜାତିମାନଙ୍କର ସଭ୍ୟତା ଓ ସଂସ୍କୃତି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ସ୍ୱତନ୍ତ୍ରତା ରହିଛି । ଓଡ଼ିଶା ପରିପ୍ରେକ୍ଷୀରେ ମଧ୍ୟ ଜନଜାତିମାନଙ୍କର ସଭ୍ୟତା ଓ ସଂସ୍କୃତିକୁ ଖୁବ୍ ଧ୍ୟାନର ସହିତ ବିଚାର କରାଯାଇପାରେ । କାରଣ ଓଡ଼ିଶାର ଏକ ଚତୁର୍ଥାଂଶ ଲୋକ ହେଉଛନ୍ତି ଜନଜାତି ଗୋଷ୍ଠି । ବାଷଠି ଗୋଟି ଜନଜାତି ଗୋଷ୍ଠୀକୁ ନେଇ ଓଡ଼ିଶା ସମୃଦ୍ଧ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଗୋଷ୍ଠୀମାନଙ୍କର ସାମାଜିକ ଓ ସାଂସ୍କୃତିକ ତଥା ଜୀବନଧାରଣର ପଦ୍ଧତି ସମାନ ନୁହେଁ । କିନ୍ତୁ ବିବିଧତା ମଧ୍ୟରେ ଏକତା ଜନଜାତିମାନଙ୍କର ମୌଳିକ ବିଶେଷତ୍ୱକୁ ପ୍ରତିଭତ କରେ । ଜନଜାତିମାନେ ସାଧାରଣତଃ ଗାଁ ମାନଙ୍କରେ ବସବାସ କରନ୍ତି । ଏହି ଗାଁଗୁଡିକର ଅବସ୍ଥିତି ପାହାଡ, ପର୍ବତ, ଜଙ୍ଗଲ ତଥା ମାଳଭୂମି ଅଂଚଳରେ । ନଦୀ ଝରଣା କୂଳ ପାହାଡିଆ ଅଂଚଳ ସେମାନଙ୍କର ପ୍ରମୁଖ ବାସଭୂମି । ଏପରି ଦୁର୍ଗମ ଅଂଚଳର ବାସ କରି ପରିବେଶ ଜନିତ ପ୍ରତିକୂଳତା ସତ୍ୱେ ସେମାନେ ଏହାକୁ ଦୃଢତାର ସହିତ ସମ୍ମୁଖୀନ କରି କାହିଁ କେଉଁ ଆବହମାନ କାଳରୁ ବାସ  କରି ସେହିଠାରେ ହିଁ ନିଜର ଜୀବିକା ନିର୍ବାହ କରୁଛନ୍ତି । ଏହି ଜୀବନ ନିର୍ବାହରେ ସହାୟକ ହୋଇଛି ସେମାନଙ୍କର ବଳିଷ୍ଠ ସଂସ୍କୃତି ଓ ଜୈବ ସାଂସ୍କୃତିକ ସମ୍ବଳର ଉପଯୋଗ ଦ୍ୱାରା । ବିବର୍ତନର ଧାରାରେ ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ପରିବର୍ତନ ହୋଇଥିଲେ ହେଁ ନିଜର ମୌଳିକତା ଓ ଅସ୍ମିତା ଏବେ ମଧ୍ୟ ବଳବତର ରହିଛି ।

            ଜନଜାତିମାନେ ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ମାତ୍ର ସେମାନଙ୍କର ସଂସ୍କୃତି ଓ ପରମ୍ପରା ବେଶ ବଳିଷ୍ଟ । ଆର୍ଥିକ ଅଭାବ ଅନଟନ ତାର  ପ୍ରଭାବ ତଥା ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରତିକୂଳ ପରିବେଶର ପ୍ରଭାବ ସେମାନଙ୍କୁ ବିକଶିତ କରାଇବାରେ ଅନ୍ତରାୟ ସାଜିଛି । ମାତ୍ର ପ୍ରକୃତିକୁ ନେଇ ସେମାନଙ୍କର ସଂସ୍କୃତି ପର୍ଯ୍ୟବେଶିତ ହୋଇଥିବାର ସଂସ୍କୃତି ସବୁବେଳେ କ୍ରିୟାଶୀଳତାକୁ ରକ୍ଷା କରିଛି । ଏହି ସାଂସ୍କୃତିକ କ୍ରିୟାଶୀଳତା ସେମାନଙ୍କ ଜୀବନଧାରଣ ପ୍ରମୁଖ ସହାୟତା ପାଲଟିଛି । ଜନଜାତି ଜୀବନ ଶୈଳୀ ଖୁବ୍ ସାଧାରଣ ଓ ସରଳ । ଏହି ସରଳ ଓ ସାଧାରଣତାକୁ ନିମ୍ନମାନର କହିବା ଯଥାର୍ଥ ହେବ ନାହିଁ । ଏଥି ସହିତ ଉପାନ୍ତ ଅଂଚଳ ତଥା ଗମନାଗମନର ଘୋର ଅସୁବିଧା ବଶତଃ ସେମାନେ ଅଶିକ୍ଷିତ, ସ୍ୱାସ୍ଥ୍ୟ ସେବାରୁ ବଂଚିତ ତଥା ଅର୍ଥ ଉପାର୍ଜନ ପାଇଁ ସୁଯୋଗର ଅଭାବରେ ରହନ୍ତି । ସେମାନେ ଉପାନ୍ତିକ ହେତୁ ସୁଯୋଗରୁ ବଂଚିତ । ତେଣୁ ଏହାର ମାର୍ମିକତାକୁ ଉପଲବ୍ଧ କରି ସରକାର ତଦନୁଯାଇ କାର୍ଯ୍ୟ କରିବା ଆବଶ୍ୟକ ।

Files

Article No - BPP00382.pdf

Files (224.7 kB)

Name Size Download all
md5:ccefa08b6ca4d207a15079cb10811860
224.7 kB Preview Download

Additional details

Additional titles

Alternative title (English)
Bibartita Janajati O Byabastita Niti

Software