ଗୌରହରି ଦାସଙ୍କ ଗଳ୍ପରେ ଗ୍ରାମୀଣ ଚରିତ୍ର
Description
ସଂକ୍ଷିପ୍ତସାର
ପରମ୍ପରା ଠାରୁ ଖୁବ୍ ଦୂରେଇ ନଯାଇ କିମ୍ବା ଅତି ପ୍ରଗତିର ଆପାତତଃ ରମଣୀୟତାର ଆକର୍ଷଣରେ ନଭୁଲି ଓଡ଼ିଆ ଗଳ୍ପଜଗତକୁ ଶିଖରତାର ସ୍ପର୍ଶ ଦେବା ପାଇଁ ଏକ ଅଭିନବ ଓ ଲୋକପ୍ରିୟ ମାର୍ଗର ସନ୍ଧାନ ନିମନ୍ତେ ଆନ୍ତରିକ ଭାବେ ଉଦ୍ୟମ କରିଥିବା ତଥା ଗଭୀର ବିଶ୍ଳେଷଣ କରିଥିବା ଅନୁଭୂତି ସମ୍ପନ୍ନ ଏକ ପରିଚିତ ନାମ ହେଲା ଗୌରହରି ଦାସ । ପ୍ରେମ, କରୁଣା, ସମ୍ବେଦନଶୀଳତା ଆତ୍ମୀୟତାର ମାର୍ମିକତା ତଥା ମାନବିକତାର ଗଭୀର ଆଲୋଡନରେ ଦୋଳାୟିତ ତାଙ୍କ ଗଳ୍ପର ସୁଷମା । କେବେ ଗ୍ରାମ୍ୟ ପ୍ରକୃତିର ସନ୍ଦର୍ପଣରେ କେବେ ମାଟି ମା’ର ଆକର୍ଷଣରେ କେବେ ହଜି ଯାଇଥିବା ସଂସ୍କୃତି ଓ ପରମ୍ପରାକୁ ସାଇତି ରଖିବାରେ କେବେ ଦେହରେ କେବେ ଦାହରେ କେବେ ପାପରେ କେବେ ମୁକ୍ତିରେ ତାଙ୍କ ସ୍ରଷ୍ଟାପଣ ବିଭୋର । ସର୍ବୋପରି ଦେଖିବାକୁ ଗଲେ ତାଙ୍କ ଗଳ୍ପ ବିଭିନ୍ନ ଭାବସମ୍ପଦକୁ ନେଇ ରଚିତ ହୋଇଥିଲେ ମଧ୍ୟ ଗ୍ରାମ୍ୟ ଜୀବନର ମାର୍ମିକ ଆବେଦନ ବେଶୀ ଚିତ୍ତାକର୍ଷକ ହୋଇ ଉଠିଛି । ଗାଁର ପିଲାଦିନର ଅନୁଭୂତିକୁ ପ୍ରାପ୍ତ ବୟସରେ ସୁସ୍ଥ ମାନସିକତାରେ ଯେତେବେଳେ ରୂପ ଦେବାକୁ ବସିଛନ୍ତି ଗାଁର ସ୍ମୃତି କଥକ ଅପେକ୍ଷା ତାଙ୍କ ଗଳ୍ପରେ ଗ୍ରାମ୍ୟ ମଣିଷର ଦୁଃଖ ଦୁର୍ଦ୍ଦଶା ପ୍ରତି ସମ୍ବେଦନଶୀଳ ଅଧିକ ପ୍ରଖର ହୋଇଛି । ଗାଁ ଛାଡି ସହରକୁ ବାଛିଥିବା, ଦାରିଦ୍ର୍ୟର ତୀବ୍ର କଷାଘାତ ମଧ୍ୟରେ ପ୍ରତିନିୟତ ସଂଗ୍ରାମ କରୁଥିବା ଗ୍ରାମ୍ୟ ଜନତାଙ୍କ ଅନ୍ତଦ୍ୱର୍ନ୍ଦ୍ୱ ଓ ବହିର୍ଦ୍ୱନ୍ଦ୍ୱ ଚିତ୍ରଣରେ ତାଙ୍କ ଦକ୍ଷତା ନିଃ ସନ୍ଦେହ । ଗ୍ରାମୀଣ ପରିବେଶକୁ ନେଇ ତାଙ୍କର ରଚିତ ଗଳ୍ପଗୁଡ଼ିକର ରେତ୍ରକୁ ବିଶ୍ଲେଷଣ କଲେ ତିନିପ୍ରକାର ଚରିତ୍ର ରହିଥିବା ଦେଖାଯାଏ । (କ) ଖଳ, କୂଟ ଓ କପଟୀ ଚରିତ୍ର (ଖ) ସମାଜର ଆଭିଜାତ୍ୟ ଶ୍ରେଣୀ ଦ୍ୱାରା ନିର୍ଯ୍ୟାତିତ ତଥା ନିଷ୍ପେଷିତ ଚରିତ୍ର (ଗ) ଆପଣାର ବ୍ୟକ୍ତିଗତ ଚରିତ୍ର ମାଧ୍ୟମରେ ସମାଜ ମଣିଷକୁ ଦେଖାଉଥିବା ଚରିତ୍ର । ତେଣୁ ନକୁଳ ଠାରୁ ଅନନ୍ତା ପର୍ଯ୍ୟନ୍ତ ଏବଂ କୁମ ଭାଉଜ ଠାରୁ ଜୟନ୍ତୀ ପର୍ଯ୍ୟନ୍ତ ପ୍ରତ୍ୟେକଟି ଚରିତ୍ର ମଣିଷର ସମଗ୍ର ସତ୍ତାକୁ ଦୁଃଖ ଓ କାରୁଣ୍ୟରେ ଦୋହଲାଇ ଦେବାରେ ସମ୍ପୂର୍ଣ୍ଣ ସମର୍ଥ । ଏହାହିଁ ଆଲୋଚନାରତ ପରସରଭୁକ୍ତ ।
Files
Article No - BPP00277.pdf
Files
(211.5 kB)
| Name | Size | Download all |
|---|---|---|
|
md5:ed5cd0717917fa88509825fb83f9c345
|
211.5 kB | Preview Download |
Additional details
Additional titles
- Alternative title (Odiai)
- ଗୌରହରି ଦାସଙ୍କ ଗଳ୍ପରେ ଗ୍ରାମୀଣ ଚରିତ୍ର
Software
- Repository URL
- https://pracheenews.com/