Published September 6, 2024 | Version NA
Journal article Open

ଦାଦନ ସମସ୍ୟାର ଭିନ୍ନ ରୂପ : ସରୋଜିନୀଙ୍କ 'ଦାଦନ'

  • 1. ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା

Description

ସାରାଂଶ : ସାଂପ୍ରତିକ ସମୟରେ ଉପନ୍ୟାସ ସମାଜ ଓ ପାଠକ ଉଭୟର ଯୁଗ ରୁଚିକୁ ବହନ କରି ଗତିଶୀଳ ହେଉଛି । ସମାଜର ବିବିଧ ସମସ୍ୟା ଓ ବାସ୍ତବ ଚିତ୍ର ଉପନ୍ୟାସର କଥାବସ୍ତୁ ରୂପରେ ସ୍ଥାନିତ ହେଉଛି । ଔପନ୍ୟାସିକା ସରୋଜିନୀ ସାହୁ ହେଉଛନ୍ତି ଏମିତି ଜଣେ ଔପନ୍ୟାସିକା ଯିଏକି ନିଜସ୍ୱ ଅନୁଭବ ଓ ଉପଲବ୍ଧିରୁ ତିଆରିକନ୍ତି ନିଜସ୍ୱ ପ୍ଲଟ୍ । ସମାଜର ତ୍ରୁଟି ବିଚ୍ୟୁତିକୁ ଲକ୍ଷ୍ୟକରି ସେ ସର୍ବଦା ଏକ ବିଦ୍ରୋହାତ୍ମକ ସ୍ୱର ନିଜସ୍ୱ ରଚନାରେ ତୋଳି ଧରନ୍ତି । ଆଧୁନିକ ସମାଜରେ ଉଚ୍ଚ ଶିକ୍ଷିତ ଯୁବପିଢ଼ିଙ୍କ ଆଶା ଓ ସ୍ୱପ୍ନର ରୂପଚିତ୍ର ହିଁ ଏହି ‘ଦାଦନ’ ଉପନ୍ୟାସର ମୂଳ ଭିତ୍ତି । ପେଟ ପାଟଣା ପାଇଁ ନିଜର ଭିଟାମାଟି ଛାଡ଼ି ଅନ୍ୟତ୍ର ଯାଇ ଚୁକ୍ତି ମୁତାବକ ଖଟିବା ହିଁ ଦାଦନ । ଓଡ଼ିଶାର ଏଇ ସମସ୍ୟା ଅଧୁନା ଅଧିକାଂଶ ସ୍ଥାନରେ ଦେଖାଦେଉଛି । ଔପନ୍ୟାସିକା ସରୋଜିନୀ ସାହୁ ଉକ୍ତ ପ୍ରସଙ୍ଗକୁ ଉପନ୍ୟାସଟିରେ ସ୍ଥାନିତ କରିବା ସହ ସମାଜର ନାନାଦି ପରିବେଶ ଓ ଆନୁସଙ୍ଗିକ ଜୀବନ ସଂଘର୍ଷର ଚିତ୍ର ଉପସ୍ଥାପନ କରିଛନ୍ତି । ଓଡ଼ିଶାର ଯୁବଗୋଷ୍ଠୀ ଶିକ୍ଷିତ ହୋଇ ଜୀବିକା ନିର୍ବାହ ଲାଗି ବାଙ୍ଗାଲୋର୍ କିପରି ଯାଇଛି ଏବଂ ସେଇଠି ଭୋଗୁଥିବା  ଦୁଃଖ ଓ ଯନ୍ତ୍ରଣା ହିଁ ଉପନ୍ୟାସଟିର ବକ୍ତବ୍ୟ । ସାଧାରଣ ଗ୍ରାମ୍ୟ ଜୀବନରୁ ସହରୀ ଜୀବନ ମଧ୍ୟ ଦେଇ ଗତିଶୀଳ ହେଉଥିବା ସମାଜ ଓ ତତ୍ସହିତ ଆଧୁନିକ ଶିକ୍ଷା ପ୍ରଭାବରେ ପରିବର୍ତ୍ତିତ ଜୀବନଶୈଳୀକୁ ଆପଣାଉଥିବା ମଣିଷ ସମାଜର କଥା ଉପନ୍ୟାସଟିରେ ଦର୍ଶିତ । ଔପନ୍ୟାସିକା ଯୁବପିଢ଼ିଙ୍କ ମଧ୍ୟରେ ବ୍ୟକ୍ତି ସ୍ୱାଧୀନତା, ଚିନ୍ତା-ଭାବନା, ଅଶା, ସ୍ୱପ୍ନ, ହତାଶା ସାଙ୍ଗକୁ ବିଦେଶୀ ଜୀବନ ଶୈଳୀର ପ୍ରଭାବକୁ ଚରିତ୍ରଗୁଡ଼ିକ ମଧ୍ୟରେ ଦର୍ଶାଇଛନ୍ତି । ନିଜସ୍ୱ ଅଂଚଳରୁ ଅନ୍ୟତ୍ର ରହିବାଦ୍ୱାରା କିପରି ପରିବେଶର ପ୍ରଭାବରେ ମଣିଷ ପ୍ରଭାବିତ ହୁଏ ଯଥା ଉପନ୍ୟାସସ୍ଥ ଯୁବପିଢ଼ି ଆଧୁନିକ ଜୀବନ ଶୈଳୀକୁ ଆପଣାଇଛି ତା’ସହ ଖାଦ୍ୟ ପେୟର ରୁଚି ବଦଳିଛି, ଏପରିକି ଇଚ୍ଛା, ଆକା„ା ସବୁ ସାଂପ୍ରତିକ ସଂଭ୍ରାନ୍ତୀୟ ଭାବନାକୁ ସ୍ପଷ୍ଟ କରିଛି ।  ଯାହାଫଳରେ ସଂସ୍କୃତିର ଅବକ୍ଷୟୀ ରୂପ ଉପନ୍ୟାସର ପରିବେଶ ମଧ୍ୟରେ ପରିଦୃଶ୍ୟ । ସିଦ୍ଦୁ, ଲିସା, ଅଂଶୁ, ସସ୍ମିତା ଓ ଜ୍ୟୋତି ଭଳି ଚରିତ୍ରଙ୍କଦ୍ୱାରା ଆଧୁନିକ ଯୁବପିଢ଼ିଙ୍କର ଚିତ୍ରକୁ ଦର୍ଶାଯାଇଛି । ପ୍ରେମ, ବିବାହ ଏବଂ ବିଚ୍ଛେଦ ଆଧୁନିକ ସମାଜରେ ଯେ କେତେ ସାମାନ୍ୟ ପାଲଟିଗଲାଣି ତାର ନମୁନା ଉପନ୍ୟାସଟିର ଶେଷରେ ଲିସା ଚରିତ୍ର ମାଧ୍ୟମରେ ଦର୍ଶାଯାଇଛି । ତଥାପି ମନ ମଧ୍ୟରେ ପ୍ରେମ ଯେ ଚିରନ୍ତନ, ଜୀବନ ନିମନ୍ତେ ଉତ୍ତମ ଶୃଙ୍ଖଳାର ମାର୍ଗଟିଏ ଜରୁରୀ ଉକ୍ତ ପ୍ରସଙ୍ଗକୁ ମର୍ମେ ମର୍ମେ ଉପଲବ୍ଧି କଲରିଛି ଲିସା । ‘ଦାଦନ’  ଉପନ୍ୟାସ କେବଳ ବ୍ୟକ୍ତିଗତ ଜୀବନକୁ ଉପସ୍ଥାପନ କରିନାହିଁ, ସମାଜର ଏକ ସମସ୍ୟା ଦିଗ ପ୍ରତି ସ୍ୱର ଉତ୍ତୋଳନ କରିଛି ।

Files

Article No - BPPP00221.pdf

Files (304.2 kB)

Name Size Download all
md5:9edc8827931e7f6e8d704e9d18d2be54
304.2 kB Preview Download

Additional details

Additional titles

Other (Odia)
ଦାଦନ ସମସ୍ୟାର ଭିନ୍ନ ରୂପ : ସରୋଜିନୀଙ୍କ 'ଦାଦନ'

Software