ଶକ୍ତିଉପାସନାରେ ମା ଲକ୍ଷ୍ମୀ ଓ ବାମାବାଦୀ ଚେତନା
Authors/Creators
- 1. ଡ଼କ୍ଟର ମୋନାଲି ଚ୍ୟାଙ୍ଗ୍. ଅତିଥି ଅଧ୍ୟାପିକା. ଓଡ଼ିଆ ବିଶ୍ୱବିଦ୍ୟାଳୟ, ସତ୍ୟବାଦୀ, ପୁରୀ, ଓଡ଼ିଶା
Description
ବିଶ୍ୱବ୍ରହ୍ମାଣ୍ଡ ସର୍ଜନାର ଆଦ୍ୟ ଓଁକାର ଏକ ଶକ୍ତିରୁ ହୋଇଥିବା ଲୋକବିଶ୍ୱାସ । ଏହି ଶକ୍ତି ଯୁଗେ ଯୁଗେ ନାରୀରୂପେ ପୂଜାପାଇ ଆସୁଛନ୍ତି । ତେଣୁ ନାରୀ ହିଁ ସୃଷ୍ଟି ସର୍ଜନାର ଆଦ୍ୟ । ଏ ସଂସାର ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରାଣୀ ଉଦ୍ଭିଦ ଆଦି ସଜୀବ ଚଳଚଞ୍ଚଳ । ସେମାନଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠଜୀବ ଭାବରେ ପରିଗଣିତ । ଏହି ମନୁଷ୍ୟ ନାରୀ ହେଉ କି ପୁରୁଷ ସମସ୍ତେ ଏକ ସମାଜବ୍ୟବସ୍ଥାରେ ଅନୁବନ୍ଧିତ । ନାରୀ ସୃଷ୍ଟିର ଆଦ୍ୟ ହେଲେ ମଧ୍ୟ ଏ ସମାଜ ପୁରୁଷପ୍ରଧାନ । ନାରୀ ଆରମ୍ଭରୁ ପୁରୁଷ ଦ୍ୱାରା ନିଷ୍ପେସିତ, ଅବହେଳିତ ଓ ଅତ୍ୟାଚାରିତ । ନାରୀ ପ୍ରତିବାଦର ସ୍ୱର ସର୍ବଦା କ୍ଷୀଣ । ଏହି କଥା ବୁଝି ପାରିଛନ୍ତି ଓଡ଼ିଆ ସାହିତ୍ୟର କବିଗଣ । ସାହିତ୍ୟ ମାଧ୍ୟମରେ କବିଗଣ ନାରୀକୁ କେତେବେଳେ ଚଣ୍ଡୀ, କାଳୀ, ଦୁର୍ଗାପରି ସଂହାରକାରିଣୀ ରୂପେ ଗଢିତୋଳିଛନ୍ତି ତ ପୁଣି କେତେବେଳେ ପ୍ରେମମୟୀ ଅଭିମାନ ବିରହିଣୀ କରି ପ୍ରତିଶୋଧ ପରାୟଣା କରିଛନ୍ତି । ତେବେ ଷୋଡ଼ଶ ଶତାବ୍ଦୀର କବି ବଳରାମ ଦାସ ସ୍ୱରଚନା ଲକ୍ଷ୍ମୀପୁରାଣକୁ ବାମାବାଦୀ ଚେତେନା ଆକ୍ରାନ୍ତ କରାଇଛନ୍ତି । ନାରୀ ଯେ ସମସ୍ତ ସମାଜବ୍ୟବସ୍ଥାର ନିୟନ୍ତ୍ରିକା ଏହି ଅବବୋଧ ମାନବଜାତିଙ୍କୁ କରାଇଛନ୍ତି । ଏ ସମାଜରେ ନାରୀର ସ୍ୱତନ୍ତ୍ର ସ୍ଥାନ ନିର୍ମାଣ କରିଛନ୍ତି ।
Files
Article No - BPP00433.pdf
Files
(231.5 kB)
| Name | Size | Download all |
|---|---|---|
|
md5:702b210f62b93e7ee1f9205e56b6b389
|
231.5 kB | Preview Download |
Additional details
Additional titles
- Alternative title (English)
- Saktiupasanare Maa Laxmi O Bamabadi Chetana
Software
- Repository URL
- https://pracheenews.com/